
Odia Section
“ଆମେ ଯଦି ଏକ ଆନନ୍ଦମୟ ଏକତ୍ଵ ମଧ୍ୟରେ ଜୀବନ ବଞ୍ଚିବାକୁ ସମର୍ଥ ହେବା ତେବେ ଦୁର୍ଭାଗ୍ୟ ଆସି ଆମ ଜୀବନକୁ ବିଭାଜିତ ଓ ଖଣ୍ଡ ବିଖଣ୍ଡିତ କରିପାରିବ ନାହିଁ।“
ସାବିତ୍ରୀ-୪୧୨
Odia Section
୧) ଦିବ୍ୟ ଚେତନା ଓ ଉପଲବ୍ଧି:
“ତୁମେ ଯେତେବେଳେ ମନ ଏବଂ ହୃଦୟରେ ଶ୍ରୀ ଅରବିନ୍ଦ ଏବଂ ମୋ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖିପାର ନାହିଁ, ଯେତେବେଳେ ଶ୍ରୀ ଅରବିନ୍ଦଙ୍କୁ ଚିନ୍ତା କରିବା ଅର୍ଥ ମୋତେ ଚିନ୍ତା କରିବା ଏବଂ ମୋତେ ଚିନ୍ତା କରିବା ଅର୍ଥ ନିଶ୍ଚିତ ଭାବରେ ଶ୍ରୀ ଅରବିନ୍ଦଙ୍କୁ ଚିନ୍ତା କରିବା, ଜଣଙ୍କ ମଧ୍ୟରେ ଅନ୍ୟ ଜଣଙ୍କୁ ନିଶ୍ଚିତ ଭାବରେ ଦର୍ଶନ କରିବା, ଯେପରି ଜଣେ ଏବଂ ସେହି ଗୋଟିଏ ଅଭିନ୍ନ (ଅବତାର) ବ୍ୟକ୍ତି, ତେବେ ତୁମେ ଜାଣିବ ଯେ ତୁମେ ଅତିମାନସ ଶକ୍ତି ଓ ଚେତନା ଆଡ଼କୁ ନିଜକୁ ଖୋଲି ଧରିବା ଆରମ୍ଭ କରିଛ।”
ଶ୍ରୀ ମା
The Mother’s Centenary Works/Vol-13/p-32
“ଅତିମାନସ ବହୁ ପୂର୍ବରୁ, ବହୁ ପୂର୍ବରୁ ମନ ଭିତରକୁ ଅବତରଣ କରିଛି (ଶ୍ରୀ ମା ଆଲଜେରିଆ ଏବଂ ଶ୍ରୀ ଅରବିନ୍ଦ ଆଲିପୁର୍ ଜେଲରେ ଥିବା ସମୟରେ) ଏବଂ ଏପରିକି ପ୍ରାଣମଧ୍ୟକୁ ମଧ୍ୟ ଅବତରଣ କରିଛି (ପଣ୍ଡିଚେରୀରେ): ଏହି ଅତିମାନସ ଜଡ଼ ଜଗତରେ ମଧ୍ୟ ପରୋକ୍ଷ ଭାବରେ ଏହି ମଧ୍ୟବର୍ତ୍ତୀ ଜଗତ ଦେଇ କ୍ରିୟାଶୀଳ। ପ୍ରଶ୍ନ ହେଉଛି ଏହି ଅତିମାନସ କିପରି ଜଡ଼ମଧ୍ୟରେ ପ୍ରତ୍ୟକ୍ଷ ଭାବରେ କ୍ରିୟାଶୀଳ ହୋଇପାରିବ। ଶ୍ରୀ ଅରବିନ୍ଦଙ୍କ କହିବା ଅନୁସାରେ ଏହା ସମ୍ଭବ ହୋଇ ପାରନ୍ତା ଯଦି ତାମସିକ ମନ (physical mind) ଅତିମାନସ ଶକ୍ତିକୁ ଗ୍ରହଣ କରନ୍ତା: ଅତି ସ୍ଥୂଳ ଜଡ଼ମଧ୍ୟରେ ଅତିମାନସ ଶକ୍ତିର ପ୍ରତ୍ୟକ୍ଷ କ୍ରିୟାନିମନ୍ତେ ତାମସିକ ମନ ଯନ୍ତ୍ର ହୁଅନ୍ତା। ରୂପାନ୍ତରିତ ତାମସିକ ମନର (ଜପ ଦ୍ଵାରା ତାମସିକ ମନର ରୂପାନ୍ତର ସମ୍ଭବ) ଅତିମାନସକୁ ଧାରଣ କରିବାର ସାମର୍ଥ୍ୟକୁ ଶ୍ରୀ ଅରବିନ୍ଦ ଆଲୋକିତ ମନ (Mind of Light) ବୋଲି କହୁଥିଲେ।... ଶ୍ରୀ ଅରବିନ୍ଦ ସ୍ଥୂଳ ଦେହ ତ୍ୟାଗ କରୁକରୁ ମୋ (ଶ୍ରୀ ମା’ଙ୍କ) ମଧ୍ୟରେ ଏହି ଆଲୋକିତ ମନ ଉପଲବ୍ଧ ଏବଂ କ୍ରିଯାଶୀଳ ହୋଇଥିଲା। ଅର୍ଥାତ୍ ଅତିମାନସ ଶକ୍ତି ଏହି ସ୍ଥୂଳ ଶରୀର ମଧ୍ୟରେ ପ୍ରତ୍ୟକ୍ଷ ଭାବରେ କ୍ରିଯାଶୀଳ ହେଲା। ”
ଶ୍ରୀ ମା
The Mother’s Centenary Works/Vol-13/p-62-63
"ଯେତେବେଳେ ମୋତେ ପାଞ୍ଚ ବର୍ଷ ହୋଇଥିଲା... ମୁଁ ଏକ ଚେତନା ସହିତ ଆରମ୍ଭ କରିଥିଲି। ନିଶ୍ଚିତ ଭାବରେ ଏହା କ’ଣ ଥିଲା ସେ ବିଷୟରେ ମୋର କୌଣସି ଧାରଣା ନଥିଲା। କିନ୍ତୁ ମୋର ପ୍ରଥମ ଅନୁଭୂତି ଥିଲା ଏହିଠାରେ (ମୁଣ୍ଡ ଉପରକୁ ସଙ୍କେତ କରି) ଥିବା ସେହି ଚେତନାର, ଯାହାକୁ ମୁଁ ଏକ ଆଲୋକ ଏବଂ ଏକ ଶକ୍ତି ଭାବରେ ଅନୁଭବ କରିଥିଲି; ଏବଂ ପାଞ୍ଚ ବର୍ଷ ବୟସରେ ମୁଁ ଏହାକୁ ସେଠାରେ ଅନୁଭବ କରିଥିଲି। ଏହା ଏକ ବହୁତ ସୁଖଦ ଅନୁଭୂତି ଥିଲା। ମୁଁ ମୋ କୋଠୋରିରେ ସମ୍ପୂର୍ଣ୍ଣ ଏକୁଟିଆ, ବିଶେଷ ଭାବରେ ମୋ ପାଇଁ ପ୍ରସ୍ତୁତ ଏକ ଛୋଟ ଆରାମ ଚଉକିରେ ବସୁଥିଲି, ଏବଂ କିଛି ବହୁତ ଶକ୍ତିଶାଳୀ, ବହୁତ ଜ୍ୟୋତିର୍ମୟ (ଦୀପ୍ତିମାନ) ଜିନିଷର ଏକ ଅତ୍ୟନ୍ତ ସୁଖଦ ଅନୁଭୂତି ମୋର ହେଉଥିଲା, ଯାହା ଏହିଠାରେ (ମୁଣ୍ଡ ଉପରେ) ଥିଲା.... ତା’ପରେ ମୁଁ ଏହାକୁ ତଳକୁ ଟାଣି ଆଣୁଥିଲି, କାରଣ ଏହା ଥିଲା... ଏହା ପ୍ରକୃତରେ ମୋର ଜୀବନର ଚରମ ଉଦ୍ଦେଶ୍ୟ (ବଞ୍ଚିବାର ପ୍ରକୃତ କାରଣ) ଥିଲା।"
— ଶ୍ରୀମା
ଦି ମଦର୍ସ ଏଜେଣ୍ଡା, ୨୫ ଜୁଲାଇ, ୧୯୬୨
"ଏହା ଆଉ ଏକ କୌତୁହଳପୂର୍ଣ୍ଣ ବିଷୟ, କାରଣ ମୁଁ (ଶ୍ରୀମା) ସମ୍ପୂର୍ଣ୍ଣ ରୂପେ ଜଣେ ନାସ୍ତିକ ଥିଲି: କୋଡ଼ିଏ ବର୍ଷ ବୟସ ପର୍ଯ୍ୟନ୍ତ, ଭଗବାନଙ୍କର ଚିନ୍ତାଧାରା ହିଁ ମୋତେ କ୍ରୋଧିତ କରିଦେଉଥିଲା। ତେଣୁ ମୋ ପାଖରେ ସବୁଠାରୁ ଦୃଢ଼ ଭିତ୍ତିଭୂମି ଥିଲା – କୌଣସି କଳ୍ପନା ଜଳ୍ପନା ନଥିଲା, କୌଣସି ରହସ୍ୟବାଦୀ ବଂଶଗତ ସଂସ୍କାର (mystic atavism) ନଥିଲା; ମୋ ମାଆ ଜଣେ ବଡ଼ ଅବିଶ୍ୱାସୀ (ନାସ୍ତିକ) ଥିଲେ ଏବଂ ମୋ ବାପା ମଧ୍ୟ ସେପରି ଥିଲେ। ତେଣୁ ବଂଶଗତ ସଂସ୍କାର ଦୃଷ୍ଟିକୋଣରୁ ଏହା ବହୁତ ଭଲ ଥିଲା: ପ୍ରତ୍ୟକ୍ଷବାଦ (positivism) ଓ ବସ୍ତୁବାଦ (materialism)। କେବଳ ଗୋଟିଏ କଥା: ମୁଁ ବହୁତ ଛୋଟ ଥିବା ସମୟରୁ ହିଁ, ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ପୂର୍ଣ୍ଣତା ହାସଲ କରିବା ପାଇଁ ଏକ ସଙ୍କଳ୍ପ ଥିଲା; (୧) ପୂର୍ଣ୍ଣତା ପାଇଁ ଏକ ସଙ୍କଳ୍ପ ଏବଂ (୨) ଏକ ଅସୀମ ଚେତନାର ଅନୁଭୂତି – ନିଜର ପ୍ରଗତି, ନିଜର ଶକ୍ତି କିମ୍ବା ନିଜର ପରିସରର କୌଣସି ସୀମା ନଥିଲା। ଏବଂ ଏହା, ମୁଁ ବହୁତ ଛୋଟ ଥିବା ସମୟରୁ ହିଁ ଥିଲା। କିନ୍ତୁ ମାନସିକ ସ୍ତରରେ, ଜଣେ 'ଭଗବାନ'ଙ୍କ ଉପରେ ବିଶ୍ୱାସ କରିବାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିବା: ମୁଁ କେବଳ ସେହି ଜିନିଷ ଉପରେ ବିଶ୍ୱାସ କରୁଥିଲି ଯାହାକୁ ମୁଁ ସ୍ପର୍ଶ କରିପାରୁଥିଲି ଏବଂ ଦେଖିପାରୁଥିଲି। ଏବଂ ଅନୁଭୂତି ହାସଲ କରିବାର ସମସ୍ତ ସାମର୍ଥ୍ୟ ପୂର୍ବରୁ ହିଁ ସେଠାରେ ଥିଲା (ସେଗୁଡ଼ିକ ପ୍ରକଟ ହୋଇନଥିଲେ କାରଣ ସେଥିପାଇଁ ସମୟ ଆସିନଥିଲା)। କେବଳ, ଏହିଠାରେ (ମୁଣ୍ଡ ଉପରକୁ ସଙ୍କେତ କରି) ଏକ ଆଲୋକର ଅନୁଭୂତି, ଯାହା ମୁଁ ବହୁତ ଛୋଟ, ଅର୍ଥାତ୍ ପାଞ୍ଚ ବର୍ଷର ହୋଇଥିବା ବେଳେ ପୂର୍ଣ୍ଣତା ପାଇଁ ଏକ ସଙ୍କଳ୍ପ ସହିତ ଆରମ୍ଭ ହୋଇଥିଲା। ପୂର୍ଣ୍ଣତା ପାଇଁ ଏକ ସଙ୍କଳ୍ପ: ଓଃ, ମୁଁ ଯାହା ବି କରୁଥିଲି, (୧) ତାହା ସର୍ବଦା ମୋ ଦ୍ୱାରା ହୋଇପାରୁଥିବା ସର୍ବୋତ୍ତମ କାର୍ଯ୍ୟ ହେବା ଆବଶ୍ୟକ ଥିଲା। ଏବଂ ତା’ପରେ, (୨) ଏକ ଅସୀମ ଚେତନା। ଏହି ଦୁଇଟି ଜିନିଷ। ଏବଂ ଭଗବାନଙ୍କ (ଦିବ୍ୟସତ୍ତା) ଆଡ଼କୁ ମୋର ପ୍ରତ୍ୟାବର୍ତ୍ତନ ଥେଓନ୍ଙ୍କ (Theon) ଶିକ୍ଷା ମାଧ୍ୟମରେ ହୋଇଥିଲା, ଯେତେବେଳେ ମୋତେ ପ୍ରଥମ ଥର ପାଇଁ କୁହାଗଲା, 'ଭଗବାନ ନିଜ ଭିତରେ ଅଛନ୍ତି, ସେହିଠାରେ' (ଶ୍ରୀମା ନିଜ ବକ୍ଷସ୍ଥଳକୁ ସ୍ପର୍ଶ କଲେ)। ସେତେବେଳେ ମୁଁ ସଙ୍ଗେ ସଙ୍ଗେ ଅନୁଭବ କଲି, 'ହଁ, ଏହା ହିଁ ସେହି ଜିନିଷ।' ତା’ପରେ ତାଙ୍କୁ ପୁନର୍ବାର ଖୋଜି ପାଇବା ପାଇଁ ଯେଉଁସବୁ ସାଧନା ଶିକ୍ଷା ଦିଆଯାଏ, ସେହି ସମସ୍ତ କାର୍ଯ୍ୟ ମୁଁ କଲି; ଏବଂ ଏହିଠାରୁ (ହୃଦୟ କେନ୍ଦ୍ରକୁ ସଙ୍କେତ କରି) ମୁଁ ସେଠାକୁ (ଉପରେ ପରମଙ୍କ ସହିତ ମିଳନର ସଙ୍କେତ କରି) ଗଲି। କିନ୍ତୁ ବାହ୍ୟତଃ, ମାନସିକ ସ୍ତରରେ, କୌଣସି ଧର୍ମ ନଥିଲା – ଧର୍ମ ପ୍ରତି ଏକ ପ୍ରକାର ଘୃଣା ଥିଲା... ଏବଂ ମୁଁ ଏବେ ଦେଖିପାରୁଛି ଯେ ଏହି ଅନୁଭୂତି ପାଇଁ ଏହା ସମ୍ଭବପର ସବୁଠାରୁ ଦୃଢ଼ ଭିତ୍ତିଭୂମି ଥିଲା: କୌଣସି କଳ୍ପନା ଜଳ୍ପନାର ଭୟ ନଥିଲା।"
— ଶ୍ରୀମା
ଦି ମଦର୍ସ ଏଜେଣ୍ଡା, ୨୬ ମାର୍ଚ୍ଚ, ୧୯୬୬
ପୂର୍ଣ୍ଣାଙ୍ଗ ଶିକ୍ଷାର ଲକ୍ଷ ହେଉଛି ପୂର୍ଣ୍ଣାଙ୍ଗ ପୂର୍ଣ୍ଣତା| ଏହି ସାମଗ୍ରିକ ପୂର୍ଣ୍ଣତା ହେଉଛି ଜୀବନର ପୂର୍ଣ୍ଣତା, ଚେତନାର ପୂର୍ଣ୍ଣତା ଓ ଆତ୍ମାର ପୂର୍ଣ୍ଣତା|ଚେତନାର ଅରୋହଣ ଓ ଅବତରଣ ଦ୍ୱାରା ଜୀବନର ପୂର୍ଣ୍ଣତା, ଚେତନାର ପୂର୍ଣ୍ଣତା ଓ ଆତ୍ମାର ପୂର୍ଣ୍ଣତା ସମ୍ଭବ| ଆମ ହୃଦୟ କେନ୍ଦ୍ରରେ ଥିବା ଆତ୍ମାର ଅରୋହଣ ଏବଂ ମସ୍ତିସ୍କ ଉର୍ଧରେ ଥିବା ଶକ୍ତିର ଅବତରଣ ଦ୍ୱାରା ଦିବ୍ୟ ଜୀବନ ଓ ପୂର୍ଣ୍ଣତା ସମ୍ଭବ|ପୂର୍ଣ୍ଣାଙ୍ଗ ଶିକ୍ଷାର କେନ୍ଦ୍ରୀୟ ସତ୍ୟ ସଂଯମକୁ ଅଭ୍ୟାସ କରିବା ଦ୍ୱାରା ଆମେ ଏକ ଗତିଶୀଳ ଚେତନାର ଶ୍ରେଣୀ ସକଳକୁ (Hierarchy of Consciousness) ଆବିଷ୍କାର କରିପାରିବା| ପୂର୍ଣ୍ଣାଙ୍ଗ ଶିକ୍ଷାର ଭାଷାରେ ଭଗବାନ୍ କହିଲେ ଅମେ ଗତିଶୀଳ ଚେତନାର ଶ୍ରେଣୀ ସକଳକୁ ବୁଝିବା| ଆତ୍ମା (static consciousness) ଓ ଚେତନାକୁ (dynamic consciousness) ଆବିଷ୍କାର କରିଥିବା ପୂର୍ଣ୍ଣାଙ୍ଗ ଶିକ୍ଷାର ଛାତ୍ର ପଶୁ ପ୍ରବୁତ୍ତିର ଦାସତ୍ୱରୁ ମୁକ୍ତ ହୋଇ ଦେବତା ହୋଇପାରିବେ|
୨) ଆଶ୍ରମ ମାର୍ଗଦର୍ଶିକା ଓ ନିୟମାବଳୀ:
ବିଦ୍ୟାଳୟର ସନ୍ତାନ (ଛାତ୍ରଛାତ୍ରୀ) ଏବଂ ଶିକ୍ଷକମାନଙ୍କ ପାଇଁ ସାତୋଟି ମାର୍ଗଦର୍ଶିକା
'ଶ୍ରୀ ମା’ଙ୍କ ଆଦର୍ଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ'ର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଏହି ସାତୋଟି ଅଭୁଲା ସମ୍ପଦ ସ୍ମରଣ ରଖିବା ଉଚିତ। ଏହାର ଅନୁଶୀଳନ ସେମାନଙ୍କୁ ଏହି ଜୀବନ ଏବଂ ସମଗ୍ର ଅନନ୍ତ ଜୀବନରେ ବିକଶିତ ହେବାରେ ସାହାଯ୍ୟ କରିବ।
୧: "ମୋର ପ୍ରିୟ ସନ୍ତାନ,
"ଯିଏ ଅସୀମକୁ ଚୟନ କରେ, ସିଏ ଅସୀମଙ୍କ ଦ୍ୱାରା ଚୟନିତ ହୋଇସାରିଛି।" (ଦ ସିନ୍ଥେସିସ୍ ଅଫ୍ ଯୋଗ-ପୃଷ୍ଠା-୫୩)
ଶ୍ରୀଅରବିନ୍ଦଙ୍କର ଏହି ପ୍ରତିଶ୍ରୁତିକୁ କଦାପି ଭୁଲିବ ନାହିଁ ଏବଂ ସମସ୍ତ ଅସୁବିଧା ସତ୍ତ୍ୱେ ସାହସ ବଜାୟ ରଖିବ। ତୁମେ ନିଶ୍ଚିତ ଭାବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ, ଏବଂ ତୁମେ ଯେତେ ଅଧିକ ଆତ୍ମବିଶ୍ୱାସ ରଖିବ, ଏହା ସେତେ ଶୀଘ୍ର ଆସିବ।
ମୋର ସ୍ନେହ ଏବଂ ଆଶୀର୍ବାଦ ସହ।" ଶ୍ରୀମା: TMCW-୧୬/ଶ୍ରୀମାଙ୍କ କେତେକ ଉତ୍ତର/ପୃଷ୍ଠା-୪୪
୨: "ଜଣେ ସାଧକଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଏହା ଦେଖିବା ଯେ ତାଙ୍କ ମଧ୍ୟରେ ପୂର୍ଣ୍ଣ ସମତା ରହିଛି କି ନାହିଁ, ସେ ଏହି ଦିଗରେ କେତେ ଦୂର ଅଗ୍ରସର ହୋଇଛନ୍ତି କିମ୍ବା ଅନ୍ୟଥା କେଉଁଠାରେ ତ୍ରୁଟି ରହିଯାଇଛି, ଏବଂ ଏହି ଦୋଷ ଓ ଏହାର କାରଣଗୁଡ଼ିକରୁ ମୁକ୍ତି ପାଇବା ପାଇଁ ନିଜର ପ୍ରକୃତି ଉପରେ ନିରନ୍ତର ଭାବେ ନିଜର ସଂକଳ୍ପ ପ୍ରୟୋଗ କରିବା କିମ୍ବା ପୁରୁଷଙ୍କର ସଂକଳ୍ପକୁ ଆବାହନ କରିବା।" (ଦ ସିନ୍ଥେସିସ୍ ଅଫ୍ ଯୋଗ-ପୃଷ୍ଠା-୫୩) "କଦାପି ଭୁଲିବ ନାହିଁ ଯେ, ଜୀବନ ଏବଂ ମଣିଷ ସହିତ ତୁମର ସମ୍ପର୍କରେ ଯେପର୍ଯ୍ୟନ୍ତ ତୁମେ ପସନ୍ଦ-ଅପସନ୍ଦ (ପକ୍ଷପାତ) କରିବାକୁ ସକ୍ଷମ, ସେପର୍ଯ୍ୟନ୍ତ ତୁମେ ଭଗବାନଙ୍କର ଏକ ପବିତ୍ର ଏବଂ ପୂର୍ଣ୍ଣାଙ୍ଗ ଯନ୍ତ୍ର ହୋଇପାରିବ ନାହିଁ।" ଶ୍ରୀମା: TMCW-୧୦/ଅନ୍ ଥଟ୍ସ ଆଣ୍ଡ ଆଫୋରିଜିମ୍ସ/ପୃଷ୍ଠା-୩୫୧
୩: "ତେଣୁ, ବିଶ୍ୱବିଦ୍ୟାଳୟ କେନ୍ଦ୍ରରେ ଯୋଗଦେବାକୁ ଆସୁଥିବା ସମସ୍ତଙ୍କୁ ମୁଁ ଆଉ ଥରେ କହିବି: ଆମର କାର୍ଯ୍ୟକ୍ରମ ଏବଂ ଏଠାକୁ ଆସିବାର ଗଭୀର କାରଣକୁ କଦାପି ଭୁଲିବ ନାହିଁ। ଏବଂ ଯଦି ତୁମର ସମସ୍ତ ଚେଷ୍ଟା ସତ୍ତ୍ୱେ କେବେ କେବେ ଦିଗବଳୟ ଅନ୍ଧକାରମୟ ହୋଇଯାଏ, ଯଦି ଆଶା ଏବଂ ଆନନ୍ଦ ମ୍ଲାନ ହୋଇଯାଏ, ଯଦି ଉତ୍ସାହ କମିଯାଏ, ମନେରଖ ଯେ ଏହା ଏକ ସଙ୍କେତ ଯେ ତୁମେ ନିଜ ଚୈତ୍ୟ ସତ୍ତା (Psychic Being) ଠାରୁ ଦୂରେଇ ଯାଇଛ ଏବଂ ଏହାର ଆଦର୍ଶ ସହିତ ସମ୍ପର୍କ ହରାଇଛ। ଏହିପରି ଭାବରେ ତୁମେ ନିଜ ଚାରିପାଖରେ ଥିବା ଲୋକ ଏବଂ ଜିନିଷଗୁଡ଼ିକ ଉପରେ ଦୋଷ ଲଦିବାର ଭୁଲ୍ କରିବାରୁ ବଞ୍ଚିପାରିବ ଏବଂ ଏହିଭଳି ଭାବେ ଅଯଥାରେ ନିଜର କଷ୍ଟ ଓ ଅସୁବିଧା ବଢ଼ାଇବାକୁ ଏଡ଼ାଇ ଦେଇପାରିବ।" — ଶ୍ରୀମା / TMCW-୧୨ / ଅନ୍ ଏଜୁକେସନ୍ / ପୃଷ୍ଠା-୪୭
୪: "କଦାପି ଭୁଲିବ ନାହିଁ ଯେ ତୁମେ ଏକୁଟିଆ ନୁହଁ। ଭଗବାନ ତୁମ ସହିତ ଅଛନ୍ତି, ତୁମକୁ ସାହାଯ୍ୟ କରୁଛନ୍ତି ଏବଂ ମାର୍ଗଦର୍ଶନ ଦେଉଛନ୍ତି। ସିଏ ହେଉଛନ୍ତି ସେହି ସାଥୀ ଯିଏ କେବେ ବିଫଳ ହୁଅନ୍ତି ନାହିଁ, ସେହି ବନ୍ଧୁ ଯାହାଙ୍କର ପ୍ରେମ ସାନ୍ତ୍ୱନା ଏବଂ ଶକ୍ତି ପ୍ରଦାନ କରେ। ତୁମେ ଯେତେ ଅଧିକ ଏକୁଟିଆ ଅନୁଭବ କରିବ, ତାଙ୍କର ଜ୍ୟୋତିର୍ମୟ ଉପସ୍ଥିତିକୁ ଗ୍ରହଣ କରିବା ପାଇଁ ତୁମେ ସେତେ ଅଧିକ ଉପଯୁକ୍ତ ହେବ। ବିଶ୍ୱାସ ରଖ, ସିଏ ତୁମ ପାଇଁ ସବୁକିଛି କରିବେ।" ଶ୍ରୀମା: TMCW-୧୪/ୱାର୍ଡସ ଅଫ୍ ଦ ମଦର୍-II/ପୃଷ୍ଠା-୯
୫: "ସବୁକିଛିକୁ ଗ୍ରହଣ କର, କିନ୍ତୁ କୌଣସିଥିରେ ଆସକ୍ତ ହୁଅନାହିଁ ।" ଦ ସିନ୍ଥେସିସ୍ ଅଫ୍ ଯୋଗ-ପୃଷ୍ଠା-୭୧୮, "ଭଗବାନ ସବୁଠାରେ ଅଛନ୍ତି, ସବୁକିଛି ମଧ୍ୟରେ ଅଛନ୍ତି, ଆମେ ଯାହାକୁ ଫିଙ୍ଗିଦେଉ ସେଥିରେ ମଧ୍ୟ ଏବଂ ଯାହାକୁ ଆମେ ଯତ୍ନର ସହ ସାଇତି ରଖୁ ସେଥିରେ ମଧ୍ୟ, ଯାହାକୁ ଆମେ ପାଦରେ ଦଳିଦେଉ ସେଥିରେ ମଧ୍ୟ ଏବଂ ଯାହାକୁ ଆମେ ଆରାଧନା କରୁ ସେଥିରେ ମଧ୍ୟ। ଆମକୁ ସମ୍ମାନର ସହ ବଞ୍ଚିବା ଶିଖିବାକୁ ହେବ ଏବଂ ତାଙ୍କର ନିରନ୍ତର ଓ ଅପରିବର୍ତ୍ତନୀୟ ଉପସ୍ଥିତିକୁ କଦାପି ଭୁଲିବା ଉଚିତ ନୁହେଁ।" ଶ୍ରୀମା: TMCW-୧୬/ଶ୍ରୀମାଙ୍କ କେତେକ ଉତ୍ତର/ପୃଷ୍ଠା-୨୫୪
୬: "....ଘଟଣାବଳୀର ଅଦୃଶ୍ୟ ବିଧାନ ମଧ୍ୟରେ ଆମର ସବୁଠାରୁ ବଡ଼ ଅସୁବିଧାଗୁଡ଼ିକ ହିଁ ଆମ ପାଇଁ ସର୍ବୋତ୍ତମ ସୁଯୋଗ ଅଟନ୍ତି ।" (ଦ ସିନ୍ଥେସିସ୍ ଅଫ୍ ଯୋଗ-ପୃଷ୍ଠା-୧୧) "ଆମର ଉପଲବ୍ଧିକୁ ଅଧିକ ପୂର୍ଣ୍ଣାଙ୍ଗ କରିବା ପାଇଁ ହିଁ କେବଳ ଆମ ପାଖକୁ ଅସୁବିଧାଗୁଡ଼ିକ (difficulties) ପ୍ରେରଣ କରାଯାଇଥାଏ। ପ୍ରତ୍ୟେକ ଥର ଯେତେବେଳେ ଆମେ କିଛି ହାସଲ କରିବାକୁ ଚେଷ୍ଟା କରୁ ଏବଂ କୌଣସି ପ୍ରତିରୋଧ କିମ୍ବା ପ୍ରତିବନ୍ଧକର ସମ୍ମୁଖୀନ ହେଉ, କିମ୍ବା ଏକ ବିଫଳତା—ଯାହା ବିଫଳତା ପରି ମନେହୁଏ—ଆମେ ଜାଣିବା ଉଚିତ, ଆମେ କଦାପି ଭୁଲିବା ଉଚିତ ନୁହେଁ ଯେ, ଏହା କେବଳ ଏବଂ ସମ୍ପୂର୍ଣ୍ଣ ଭାବରେ ସେହି ଉପଲବ୍ଧିକୁ ଅଧିକ ପୂର୍ଣ୍ଣାଙ୍ଗ କରିବା ପାଇଁ ହିଁ ଉଦ୍ଦିଷ୍ଟ।" ଶ୍ରୀମା: ଦ ମଦର୍ସ ଆଜେଣ୍ଡା/୦୬.୧୦.୧୯୫୮
୭: "ମୁଁ କେଉଁଠି କହିଛି କିମ୍ବା ବୋଧହୁଏ ଲେଖିଛି ଯେ, ଦିବ୍ୟ କୃପା (ଭଗବତ କୃପା) ଉପରେ ତୁମର ବିଶ୍ୱାସ ଏବଂ ଭରସା ଯେତେ ମହାନ ହେଉନା କାହିଁକି, ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ପରିସ୍ଥିତିରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ ହେବାର ଦେଖିବାର ତୁମର କ୍ଷମତା ଯେତେ ଅଧିକ ହେଉନା କାହିଁକି, ତୁମେ ଏହାର କାର୍ଯ୍ୟର ଚମତ୍କାର ବ୍ୟାପକତା ଏବଂ ଏହି କାର୍ଯ୍ୟ ଯେଉଁ ସୂକ୍ଷ୍ମତା ଓ ସଠିକତା ସହିତ ସମ୍ପାଦିତ ହୁଏ, ତାହା ହୃଦୟଙ୍ଗମ କରିବାରେ କେବେ ବି ସଫଳ ହେବ ନାହିଁ; ଦିବ୍ୟ କୃପା କେତେ ପରିମାଣରେ ସବୁକିଛି କରୁଛି, ସବୁକିଛି ପଛରେ ରହିଛି, ସବୁକିଛି ବ୍ୟବସ୍ଥିତ କରୁଛି ଏବଂ ପରିଚାଳିତ କରୁଛି, ତାହା ତୁମେ କେବେ ବି ସମ୍ପୂର୍ଣ୍ଣ ରୂପେ ବୁଝିପାରିବ ନାହିଁ, ଯାହାଦ୍ୱାରା ଦୁନିଆର ପରିସ୍ଥିତିକୁ ବିଚାରକୁ ନେଇ ଦିବ୍ୟ ଉପଲବ୍ଧି ଆଡ଼କୁ ଅଗ୍ରଗତି ଯଥାସମ୍ଭବ କ୍ଷିପ୍ର, ପୂର୍ଣ୍ଣାଙ୍ଗ, ସାମଗ୍ରିକ ଏବଂ ସମନ୍ୱିତ ହୋଇପାରିବ। (ଦିବ୍ୟ କୃପା ଦ୍ୱାରା "ସବୁଠାରୁ କ୍ଷୁଦ୍ରତମ/ସଂକ୍ଷିପ୍ତ ମାର୍ଗ ଦେଇ ସର୍ବବୃହତ ବିକାଶରେ ଉପନୀତ ହୋଇପାରିବା" ଦ ସିନ୍ଥେସିସ୍ ଅଫ୍ ଯୋଗ-ପୃଷ୍ଠା-୬୧୩)
ଯେତେବେଳେ ତୁମେ ଏହାର ସଂସ୍ପର୍ଶରେ ଆସିବ, ସମୟର ଏପରି କୌଣସି ମୁହୂର୍ତ୍ତ ନାହିଁ କିମ୍ବା ସ୍ଥାନର ଏପରି କୌଣସି ବିନ୍ଦୁ ନାହିଁ, ଯାହା ତୁମକୁ ଦିବ୍ୟ କୃପାର ଏହି ନିରନ୍ତର କାର୍ଯ୍ୟ ଏବଂ ଏହାର ଅହରହ ହସ୍ତକ୍ଷେପକୁ ଜାଜ୍ଜଲ୍ୟମାନ ଭାବରେ ଦେଖାଇବ ନାହିଁ।
ଏବଂ ଥରେ ତୁମେ ଏହାକୁ ଦେଖିଲା ପରେ, ତୁମେ ଅନୁଭବ କରିବ ଯେ ତୁମେ କେବେ ବି ଏହାର ସମକକ୍ଷ ହୋଇପାରିବ ନାହିଁ, ତେଣୁ ତୁମେ ଏହାକୁ କଦାପି ଭୁଲିବା ଉଚିତ ନୁହେଁ, କଦାପି କୌଣସି ଭୟ, ବ୍ୟାକୁଳତା, ଅନୁତାପ, ପଶ୍ଚାଦପଦ କିମ୍ବା ଯନ୍ତ୍ରଣା ମଧ୍ୟ ଅନୁଭବ କରିବା ଉଚିତ ନୁହେଁ। ଯଦି ଜଣେ ଏହି ଦିବ୍ୟ କୃପା ସହିତ ଏକାତ୍ମ ହୋଇଯାଏ, ଯଦି ସିଏ ଏହାକୁ ସବୁଠାରେ ଦେଖେ, ତେବେ ସିଏ ଏକ ପରମ ଆନନ୍ଦ, ସର୍ବ-ଶକ୍ତିମାନତା ଏବଂ ଅସୀମ ସୁଖର ଜୀବନ ଜିଇଁବା ଆରମ୍ଭ କରିବ।
ଏବଂ ତାହା ହିଁ ଦିବ୍ୟ କାର୍ଯ୍ୟରେ ସର୍ବୋତ୍ତମ ସହଯୋଗ ହେବ।" ଶ୍ରୀମା: TMCW-୮/ପ୍ରଶ୍ନ ଏବଂ ଉତ୍ତର-୧୯୫୬/ପୃଷ୍ଠା-୨୫୦
ଓଁ ତତ୍ ସତ୍
୩) ଓଡ଼ିଆ ଆଧ୍ୟାତ୍ମିକ ଗ୍ୟାଲେରୀ:
Spiritual Happiness
Power of Truth in Subconscient
Supramentalised Life Energy
Divine Love
Intuitive Knowledge
Supramental Knowledge
Love for the Divine
Transformation
The Future
Body-consciousness undergoing the supramental transformation
Concentration
Supramental Sun
Supramental Light in the Subconscient
First response of the Inconscient to the Divine Force
Supramental beauty in the physical
Supramental Action
Krishna's light in the Overmind
Integral Immortality
Skill in Integral Work
Supramental Action
Seeking for support only in the Divine
Divine Help

(ସତ୍ୟବାନ ସାବିତ୍ରୀଙ୍କୁ କହିଲେ)
"କିନ୍ତୁ ତୁମେ ଆସିଛ ଏବଂ ନିଶ୍ଚିତ ଭାବେ ସବୁକିଛି ବଦଳିଯିବ:
ମୁଁ ତୁମର ସ୍ୱର୍ଣ୍ଣିମ ଅବୟବରେ ବିଶ୍ୱଜନନୀଙ୍କୁ ଅନୁଭବ କରିବି
ଏବଂ ତୁମର ପବିତ୍ର ବାଣୀରେ ତାଙ୍କର ଜ୍ଞାନ ଶ୍ରବଣ କରିବି।
ଶୂନ୍ୟତାର ସନ୍ତାନ ଭଗବାନଙ୍କ ମଧ୍ୟରେ ପୁନର୍ଜନ୍ମ ଲାଭ କରିବ,
ମୋର ଜଡ଼ ସତ୍ତା ଅଚେତନତାର ସମାଧିରୁ ମୁକ୍ତ ହେବ।"
— ସାବିତ୍ରୀ, ପୃଷ୍ଠା - ୪୦୬
"ଉନେଇଶ ବର୍ଷ ବୟସରେ ଶ୍ରୀମା"
“ଏହା କେବେ ଭୁଲିଯିବା ନାହିଁ ଯେ, ଆଶ୍ରମ ଭିତରେ ଓ ବାହାରେ, ଯଦି ତୁମେ ଏକ ସୁଖୀ ଜୀବନଯାପନ କରିବାକୁ ଚାହଁ, ତେବେ ତୁମକୁ ତୁମର ନିମ୍ନ ପ୍ରକୃତିର ପ୍ରଭୁ ହେବାକୁ ପଡିବ ଏବଂ ତୁମ କାମନା ଏବଂ ପ୍ରାଣିକ ଆବେଗକୁ ନିୟନ୍ତ୍ରଣ କରିବାକୁ ପଡିବ; ନଚେତ୍ ତୁମ ଦୁଃଖ ଏବଂ ଅସୁବିଧାର କୌଣସି ଅନ୍ତ ରହିବନାହିଁ।"
ଶ୍ରୀ ମା
The Mother’s Centenary Works/Vol-14/p-255
“ଆଶ୍ରମ କେବଳ ଯୋଗ ପାଇଁ ଏବଂ ଏକ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ପାଇଁ ବିଦ୍ୟମାନ; ଏହା ଏକ ରାଜନୈତିକ କିମ୍ବା ସାମାଜିକ କିମ୍ବା ଧାର୍ମିକ ଅନୁଷ୍ଠାନ ନୁହେଁ ଏବଂ ଏହା ଏହି ସମସ୍ତ କାର୍ଯ୍ୟକଳାପରୁ ଦୂରେଇ ରହିଥାଏ, ଏହାର ଅସ୍ତିତ୍ୱ ପାଇଁ ଏହି ନିବାରଣ ନିହାତି ଆବଶ୍ୟକ| ଯଦି କୌଣସି ଆଶ୍ରମ ସଦସ୍ୟ ରାଜନୀତି, ପରିବାର ଓ ଧର୍ମ ସହିତ ଜଡ଼ିତ ହୁଅନ୍ତି, ଏହା ନିଜେ ଆଶ୍ରମ ପରିଚାଳନାକୁ କ୍ଷତି କରେ ଏବଂ ଏହାର କାର୍ଯ୍ୟକଳାପ ଯୁକ୍ତିଯୁକ୍ତ ମନେହୁଏନାହିଁ, ଏବଂ ଯଦି ସେହି ପ୍ରକାରର ପ୍ରଭାବ କିମ୍ବା ଆସକ୍ତି ଭାବନା ସୃଷ୍ଟି ହୁଏ, ତେବେ ଏହାର ପରିଣାମ ଗମ୍ଭୀର ଆଧ୍ୟାତ୍ମିକ ପତନ ହୋଇପାରେ |”
ଶ୍ରୀ ଅରବିନ୍ଦ
CWSA-35/Letters on Himself and the Ashram/p-690
“ଏହି ଆଶ୍ରମ ଯୋଗ ପାଇଁ ଉଦ୍ଦିଷ୍ଟ, ସଙ୍ଗୀତ ମନୋରଞ୍ଜନ କିମ୍ବା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକଳାପ ପାଇଁ ନୁହେଁ। ଯେଉଁମାନେ ଆଶ୍ରମରେ ରହୁଛନ୍ତି ସେମାନେ ନୀରବ ଏବଂ ଶବ୍ଦ ବିହୀନ ଭାବରେ ବଞ୍ଚିବା ପାଇଁ ଅନୁରୋଧ କରାଯାଏ ଏବଂ ଯଦି ସେମାନେ ନିଜେ ଧ୍ୟାନ କରିବାକୁ ସକ୍ଷମ ନୁହଁନ୍ତି, ତେବେ ସେମାନେ ଅନ୍ତତଃ ଅନ୍ୟମାନଙ୍କୁ ଧ୍ୟାନ କରିବା ପାଇଁ ଛାଡି ଦେବା ଆବଶ୍ୟକ।”
ଶ୍ରୀ ମା,
TMCW-13/Words of the Mother-I/p-116
“କୌଣସି ସାମାଜିକ କିମ୍ବା ପାରିବାରିକ କର୍ତ୍ତବ୍ୟ ତୁଳନାରେ ଈଶ୍ୱରଙ୍କ ପ୍ରତି କର୍ତ୍ତବ୍ୟ ଅଧିକ ପବିତ୍ର; ଏହା ଅଧିକ ପବିତ୍ର କାରଣ ମାନବର ସାମୂହିକ ଜୀବନ ଭିତରେ ଏହାକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଏ କିମ୍ବା ଭୁଲ ବୁଝାଯାଏ ।“
ଶ୍ରୀ ମା,
TMCW-14/Words of the Mother-II/p-286
"ଜୀବାତ୍ମା ଭଗବାନଙ୍କ, ଏବଂ କେବଳ ଭଗବାନଙ୍କ ଆଜ୍ଞା ପାଳନ ଏବଂ ସେବା କରିବାକୁ ବାଧ୍ୟ। ଯଦି ଭଗବାନ୍ ଏହାକୁ ପରିବାର, ଦେଶ କିମ୍ବା ମାନବତା ପାଇଁ କାମ କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ଏହା ଠିକ୍ ଅଛି ଏବଂ ସେ ବନ୍ଧନଗ୍ରସ୍ତ ନ ହୋଇ ଏହା କରିପାରିବ... ଯଦି ଈଶ୍ଵରଙ୍କ ଠାରୁ ଆଦେଶ ଆସିନଥାଏ, ତେବେ ଏହି ବ୍ୟକ୍ତି ସକଳଙ୍କ ସେବା କରିବା କେବଳ ସାମାଜିକ ଏବଂ ନୈତିକ ପରମ୍ପରା ପାଳନ କରିବା ହୋଇଥାଏ।"
ଶ୍ରୀ ମା
17 December 1969, The Mother’s Centenary Works (second edition)/Vol-10/p-283
"ମୁଁ ପ୍ରସଙ୍ଗ ମନେ ରଖିନାହିଁ; କିନ୍ତୁ ମୁଁ ଭାବୁଛି ସେ [ଯୌଗିକ ସାଧନର ଲେଖକ] କହିବାର ଅର୍ଥ ହେଉଛି ଯେ ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ନିମ୍ନ ଧର୍ମରୁ ଓହରି ଯିବାକୁ ପଡ଼େ, ସେତେବେଳେ ତାଙ୍କୁ ପ୍ରାୟତଃ ତିନି ଗୁଣର ବିଧାନକୁ ଭାଙ୍ଗିବାକୁ ପଡ଼ିଥାଏ, ଯାହା ଦ୍ୱାରା ତିନି ଗୁଣର ଅତୀତ ଏକ ଆଧ୍ୟାତ୍ମିକ ଧର୍ମରେ ପହଞ୍ଚିବା ସମ୍ଭବ ହୁଏ। ଉଦାହରଣ ସ୍ଵରୁପ ସାମାଜିକ କର୍ତ୍ତବ୍ୟ, ଋଣ ପରିଶୋଧ କରିବା, ପରିବାରର ଯତ୍ନ ନେବା, ନିଜ ଦେଶ ସେବା କରିବାରେ ସାହାଯ୍ୟ କରିବା, ଇତ୍ୟାଦି ତିନି ଗୁଣର ବିଧାନ। ଯେଉଁ ବ୍ୟକ୍ତି ଆଧ୍ୟାତ୍ମିକ ଜୀବନ ଆଡ଼କୁ ମୁହାଁଇଥାଏ, ତାଙ୍କୁ ପ୍ରାୟତଃ ଏସବୁକୁ ପଛରେ ଛାଡ଼ିବାକୁ ପଡ଼ିଥାଏ ଏବଂ ତାଙ୍କର ଏହି ଅଧର୍ମ ପାଇଁ ତାଙ୍କୁ ଅନେକ ଲୋକଙ୍କ ଦ୍ୱାରା ନିନ୍ଦାର ସମ୍ମୁଖୀନ ହେବାକୁ ପଡ଼େ। କିନ୍ତୁ ଯଦି ସେ ଏହି ଅଧର୍ମ କରନ୍ତି ନାହିଁ, ତେବେ ସେ ସର୍ବଦା ନିମ୍ନ ପ୍ରକୃତିରେ ଆବଦ୍ଧ ବନ୍ଧନଗ୍ରସ୍ତ ଆତ୍ମା ହୋଇ ରୁହନ୍ତି - କାରଣ ସେଠାରେ ସର୍ବଦା କିଛି କର୍ତ୍ତବ୍ୟ କରିବାକୁ ପଡ଼ିଥାଏ - ଏବଂ ସେ କେବେବି ଏକ ଆଧ୍ୟାତ୍ମିକ ଧର୍ମ ଅବଲମ୍ବିତ ଜୀବନ ନିର୍ବାହ କରିପାରିବେ ନାହିଁ କିମ୍ବା କେବଳ ବୃଦ୍ଧ ଏବଂ ତାଙ୍କର ଦକ୍ଷତା ଦୁର୍ବଳ ହୋଇଗଲେ ଏହା କରିପାରିବେ।"
ଶ୍ରୀ ଅରବିନ୍ଦ
CWSA-28 / ଯୋଗ ସମ୍ବନ୍ଧିତ ପତ୍ରାବଳୀ -I / p-438-439
"ଏହି ଆଶ୍ରମର ହିନ୍ଦୁ ଧର୍ମ କିମ୍ବା ସଂସ୍କୃତି ଅଥବା କୌଣସି ଧର୍ମ କିମ୍ବା ଜାତୀୟତା ସହିତ କିଛି ସମ୍ପର୍କ ନାହିଁ। (1) ଭାଗବତ ସତ୍ୟ (ଦିବ୍ୟ ସତ୍ୟ), ଯାହାକି ସମସ୍ତ ଧର୍ମ ପଛରେ ଥିବା ଆଧ୍ୟାତ୍ମିକ ବାସ୍ତବତା ଏବଂ (୨) ଅତିମାନସର (ସୁପ୍ରାମେଣ୍ଟାଲ୍) ଅବତରଣ, ଯାହା କୌଣସି ଧର୍ମକୁ ଜଣା ନାହିଁ, କେବଳ ସେହିଗୁଡ଼ିକ ହିଁ ଭବିଷ୍ୟତର କାର୍ଯ୍ୟର ଭିତ୍ତିଭୂମି ହେବ।" (ଏଠାରେ ଦିବ୍ୟ ସତ୍ୟ ଓ ପବିତ୍ର ଅତିମାନସର (ସୁପ୍ରାମେଣ୍ଟାଲ୍) ଅବତରଣ ପୂର୍ଣ୍ଣ ଯୋଗର ଭିତ୍ତିଭୂମି।)
ଶ୍ରୀ ଅରବିନ୍ଦ
CWSA-35/Letters on Himself and the Ashram/p-701
“ଆମେ ଏଠାରେ ସମସ୍ତ କାମନା ଓ ବାସନା ତ୍ୟାଗ କରି ଈଶ୍ଵରଙ୍କ ଆଡକୁ ମୁହାଁଇବା ଏବଂ ଈଶ୍ଵରଙ୍କ ପ୍ରତି ସଚେତନ ହେବା ପାଇଁ ଆସିଛୁ । ଆମ ଜୀବନରେ ଈଶ୍ଵରଙ୍କୁ ଅନୁଭବ କରିବା ଏବଂ ପ୍ରକାଶ କରିବା ହେଉଛି ପ୍ରକୃତ ମାର୍ଗ, ପଶୁବତ୍ ବିଲେଇ ଏବଂ କୁକୁର ପରି ଜୀବନ ବଞ୍ଚିବା ନୁହେଁ।”
ଶ୍ରୀ ମା
The Mother’s Agenda-30.03.1972
